‘ଅପରେସନ୍ ସିନ୍ଦୂର’କୁ ନେଇ ଅକ୍ଷୟ-ଭିକିଙ୍କ ମଧ୍ୟରେ ବିବାଦ ! ଟ୍ଵିଙ୍କିଲ୍ କଲେ ଖୁଲାସା

Published By : Prameya-News7 Bureau | May 20, 2025 IST

ମୁମ୍ଵାଇ ୨୦।୦୫; ଭାରତ-ପାକିସ୍ତାନ ଉତ୍ତେଜନା ଥମିଥିଲେ ସୁଦ୍ଧା ଏହାକୁ ନେଇ ପ୍ରତିଦିନ ନୂଆ ନୂଆ ଖବରସବୁ ସାମ୍ନାକୁ ଆସୁଛି । ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଆତଙ୍କବାଦ ବିରୋଧରେ ଆରମ୍ଭ ହୋଇଥିଲା ’ଅପରେସନ ସିନ୍ଦୂର’ । ତେବେ ଏହାକୁ ନେଇ ବଲିଉଡରେ ଫିଲ୍ମ ନିର୍ମାଣ କରାଯିବ । ଏହି ନାମକୁ ନେଇ ବହୁ ପ୍ରଯୋଜକଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖାଯାଉଥିବା କୁହାଯାଉଛି । ଏପରିକି ଏହାକୁ ନେଇ ଅକ୍ଷୟ କୁମାର ଏବଂ ଭିକି କୌଶଲଙ୍କ ମଧ୍ୟରେ ବିବାଦ ମଧ୍ୟ ଲାଗି ରହିଥିବା ଚର୍ଚ୍ଚା ହେଉଛି ।

ଯାହାର ଉତ୍ତର ରଖିଛନ୍ତି ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କିଲ୍ ଖାନ୍ନା । ଅଭିନୟଠାରୁ ଦୂରରେ ରହିଥିବା ଟ୍ବିଙ୍କଲ ଏବେ ଲେଖାଲେଖିରେ ବେଶ ଆଗ୍ରହ ରଖିଛନ୍ତି । ପ୍ରାୟତଃ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳେ । ତେବେ ଅପରେସନ ସିନ୍ଦୂରକୁ ନେଇ ଫିଲ୍ମ ନିର୍ମାଣ ଉପରେ ଭିକି କୌଶଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଶ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସିଧାସଳଖ ଅକ୍ଷୟ କୁମାରଙ୍କୁ ପଚାରିଥିଲେ ଟ୍ବିଙ୍କଲ ଖାନ୍ନା ।

ସେପଟେ ଫୋନରେ ଅକ୍ଷୟ କୁମାର କହିଥିଲେ କି, ନାଁ ଏସବୁ ମିଛ । ତୁମେ ଫୋନ ରଖ ମୋ ଗୋଡ଼ ଜଳି ଯାଉଛି । ତେଣୁ ମୁଁ ତୁମକୁ ପରେ ଫୋନ୍ କରିବି। ମୋତେ ଲାଗିଥିଲା କି, ସେ ଏହି କଥାକୁ ଏଡ଼ାଇବା ପାଇଁ ଏଭଳି କହିଛନ୍ତି । ମାତ୍ର ଘରେ ଆସି ଦେଖିବା ପରେ ଗୋଡ଼ ସୁଟିଂ ସମୟରେ ଜଳିଥିଲା । ଆଉ ସେହି ବିବାଦ ଗୁଜବ ବୋଲି କହିଥିଲେ ଅକ୍ଷୟ । ପରେ ଭାବିଥିଲି କି, ସୋସିଆଲ ମିଡିଆରେ ଏଭଳି ଗୁଜବ ପ୍ରଚାର କରାଯାଉଛି । ଏଣୁ ନିଜେ ନଦେଖିବା ବୁଝିବା ପର୍ଯ୍ୟନ୍ତ କୌଣସି କଥାକୁ ବିଶ୍ବାସ କରି ହେଉନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.